Biswasara jaibatatwa ବିଶ୍ଵାସର ଜୈଵତତ୍ତ୍ଵ - Odia translation of Bruce H Lipton,PhD's world famous book THE BIOLOGY OF BELIEF.
S**.
*ବିଶ୍ଵାସର ଜୈବତତ୍ତ୍ଵ* ବିଶ୍ଵାସ ଠାରୁ ଉର୍ଦ୍ଧ୍ବରେ।
ଏ ପାଠକ ଜାଣିବାରେ *ବିଶ୍ଵାସର ଜୈବତତ୍ତ୍ଵ* ବହିଟି ଓଡିଆ ଅନୁବାଦ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି ନିଶ୍ଚୟ। ପ୍ରସିଦ୍ଧ ପ୍ରବନ୍ଧକାର ତଥା ଲେଖକ Bruce H Lipton ଙ୍କ ଗବେଷଣା ଭିତ୍ତିକ ଗ୍ରନ୍ଥ Biology of belief କୁ ଅତି ନିଖୁଣ ତଥା ଚିତ୍ତାକର୍ଷକ ଭାଷା ଓ ଭାବନାର ପୁଟ ଦେଇ ଅନୁବାଦକ ଶ୍ରୀ ବସନ୍ତ ପାଲ ଉତ୍ତରଣ କହିଛନ୍ତି ଓଡ଼ିଆରେ। ଲେଖକ ଦୀର୍ଘ କୋଡ଼ିଏ ବର୍ଷର କଠିନ ଗବେଷଣା ଲବ୍ଧ ଲାଭକୁ ପାଠକ ମାନଙ୍କ ମଧ୍ୟରେ ବଣ୍ଟନ କରିଥିବା ସ୍ଥଳେ ଅନୁବାଦକ ମହାଶୟ ମଧ୍ୟ୍ୟ ଏଥିପାଇଁ କିଛି କମ୍ ଶ୍ରମ କରି ନଥିବେ। ଶ୍ରୀ ପାଲଙ୍କ ସଂଖ୍ୟାଧିକ ଅନୁବାଦ ବହି ମଧ୍ୟରେ ଏ ବହିଟି ନିଶ୍ଚୟ ବିଶେଷ ସ୍ଥାନ ଅଧିକାର କରିବ ଏଥିରେ ଦ୍ଵିମତ ନାହିଁ। ବିଜ୍ଞାନର ବିଭିନ୍ନ ବିଭାବ, ବିଶେଷ କରି ଜୈବ ବିଜ୍ଞାନ ସଂମ୍ପର୍କରେ ସାଧାରଣ ଜ୍ଞାନ ଥିବା ପାଠକଟି ଅନେକ ତଥ୍ୟ ଓ ତତ୍ତ୍ୱ ସମଳିତ ବିଶ୍ଵାସର ଜୈବତତ୍ତ୍ଵ ବହିକୁ ଥରେ ଆରମ୍ଭ କଲେ ପୂରା ନକରି ରହି ପାରିବ ନାହିଁ। ଜଣେ ମୁଗ୍ଧ ପାଠକ ଭାବରେ ଏ ମୁଁ କଥା ନିଜସ୍ଵ ଅଭିଜ୍ଞତା ରୁ କହୁଛି।
A**R
Nice book
It is a book explaining how the environment affect the gene of a human being. It is ery much informative.
B**M
Environment is more important than gene .
I had the idea that genes play the vital in our life . But after reading this book I came to know that our environment play a great role in shaping our genes . So everyone should read for the betterment of ones live as well as the society.
S**
ବିଶ୍ୱାସ ର ଜୟଯାତ୍ରା ।
ଏକ ବିରଳ ଲେଖନି ହିଁ ଏଭଳି ପୁସ୍ତକ ଟିଏ ଦେଇପାରେ । ଲୋଭଗ୍ରସ୍ତ ସମାଜକୁ ଶାଣିତ ତରବାରୀ ଟିଏ। ଉଦ୍ୟୋଗ ପରିଚାଳିତ ବିଶ୍ଵମାନସକୁ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ନିମନ୍ତେ ଆହ୍ୱାନ। ଯେଉଁ ପାଠ ଆମ ସନାତନ ସଂସ୍କୃତିରେ ଗଛମୂଳେ ଗୁରୁ ଶିଷ୍ୟ ମାନଙ୍କୁ ପଢ଼ାଉଥିଲେ ତାହା ବିଜ୍ଞାନାଗାର ରେ ପ୍ରମାଣିତ । ବିଶ୍ୱାସ ର ଜୟ ।
Trustpilot
1 week ago
2 weeks ago